ରୋଟାରୀ କ୍ଲବ ଡିଜି ଙ୍କ ରାଉରକେଲା ଗ୍ରସ୍ତ …..
ରାଉରକେଲା/ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ ର ଡିଜି ସୁନିଲ ପାଠକଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଆଗାମୀ ୨୦୨୧-୨୨ର କାର୍ଯ୍ୟକ୍ରମ ସଂପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର.କିରଣ,ଆଗାମୀ ସଭାପତି ରୋଟାରୀଆନ ବ୍ରଜେଶ ଗୁପ୍ତା, ସହ ସଂପାଦକ ରୋଟାରୀଆନ ରାଜେଶ ଅଗ୍ରୱାଲ, ପିପି ରୋଟାରୀଆନ ବିଶ୍ବଜିତ ପତି ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ଏହାପରେ ସେ ଲୁଙ୍ଗେଇ ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ଛତୁଚାଷ ଓ ଶାଳପତ୍ର ତିଆରି ଦନା କାର୍ଯ୍ୟକ୍ରମକୁ ନିରୀକ୍ଷଣ ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି ସେ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ଗ୍ରାମ୍ୟ କମିଟିକୁ ୨୫ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ସର୍ବଶ୍ରୀ ରାଜେଶ ଗର୍ଗ, ଅନୁପମା ରୁଙ୍ଗଟା,ନରେନ୍ଦ୍ର କେଡିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଶ୍ରୀ ପାଠକ ଏକ ସ୍ବାସ୍ଥ୍ୟ ସେବା ଶିବିରକୁ ଉଦଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଦିବଙ୍ଗତ ରୋଟାରୀଆନ ସଂଜୟ ରୁଙ୍ଗଟାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଏହାପରେ ସେ ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ରୋଟାରୀ କ୍ଲବ ଦ୍ବାରା ପାନୀୟ ପାଣି ଯୋଗାଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ୨୦୨୧-୨୨ ପାଇଁ ଥିବା ଥିମ୍ ‘ସର୍ଭ ଟୁ ଚେଞ୍ଜ ଲାଇଫ୍’ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସେ ରାଉରକେଲା କ୍ଲବ ଠାରେ ସମସ୍ତ ରୋଟାରୀ କ୍ଲବର ସଦସ୍ୟ ମାନଙ୍କ ସହ ଆଲୋଚନା ଓ ଭାବ ବିନିମୟ କରି ସମାଜ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ମୁଖ୍ୟତଃ ପୋଲିଓ ମୁକ୍ତ ସମାଜ ଓ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହି ଅବସରରେ ଇଣ୍ଟ୍ରାକ୍ଟ କ୍ଲବର ଭାରପ୍ରାପ୍ତ ଅଧିକାରୀ ସୁସ୍ମିତା ମହାପାତ୍ର, ସେକ୍ଟର ୬ ମୋ ସ୍କୁଲର ସଭ୍ୟଗଣ ଓ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
ରାଉରକେଲା ରୁ ସୁବାସ ଗୁପ୍ତା ଙ୍କ ରିପୋର୍ଟ

प्रदेश