ଅବସରପ୍ରାପ୍ତ କର୍ମଚାରୀ ସଂଘରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ……
ରାଉରକେଲା/ କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଭୁବନେଶ୍ବର ର କଳିଙ୍ଗ ହସପିଟାଲ ଲିମିଟେଡ୍ ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଂଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକେ ଏହି ଚିକିତ୍ସା ଶିବିର ରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଆବଶ୍ୟକୀୟ ପରାମର୍ଶ ଗ୍ରହଣ କରିଥିଲେ। କଳିଙ୍ଗ ହସପିଟାଲର କାର୍ଡିଓଲୋଜିଷ୍ଟ ଡାକ୍ତର ସୁଶାନ୍ତ ସାହିଲ,
ଅର୍ଥୋ ର ଡାକ୍ତର ଗଙ୍ଗାଧର ବେହେରା, ଡାଏବେଟିସ ଡାକ୍ତର ମନୋରଞ୍ଜନ ତ୍ରିପାଠୀ, ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ ପାଢୀ, ଗ୍ୟାଷ୍ଟ୍ରୋ ଡାକ୍ତର ଶକ୍ତିପ୍ରସାଦ ଚୌଧୁରୀ, ପ୍ଲାଷ୍ଟିକ ସର୍ଜରୀ ଡାକ୍ତର ଅକ୍ଷୟ ରାଉତ ଓ ରାଜେନ୍ଦ୍ର ପ୍ରସାଦ ମାଝୀ, ଅଞ୍ଜୁ କୁମାରୀ ସାହୁ, ସୀମା ସାହୁ ପ୍ରମୁଖ ଜନସାଧାରଣଙ୍କ ଚିକିତ୍ସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଅଭୟ କୁମାର ଦାସ, ଉପସଭାପତି ସୁବାସଚନ୍ଦ୍ର ଦାସ ଓ ଶତୃଘ୍ନ ଜେନା, ସାଧାରଣ ସଂପାଦକ କପିଳେଶ୍ବର ମହାରଣା, ଅନିରୁଦ୍ଧ ଦାସ, ପି.କେ.ସିଂହ, କେ.ବି.ମହାପାତ୍ର, ବି.ସି.ନାୟକ, ଇନ୍ଦରଜିତ ସିଂହ, ପ୍ରେମାନନ୍ଦ ସାମଲ, ଧରଣୀଧର ସାମଲ, ଅରବିନ୍ଦ ପାତ୍ର, ଚାନ୍ଦମଣି ବେଉରା, ସ୍ବର୍ଣ୍ଣଲତା ସାମଲ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

प्रदेश