ଆଦର୍ଶ ପାଠାଗାର ର ବିଦ୍ୟାଳୟ ସ୍ତରୀୟ
ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ..
ରାଉରକେଲା/ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚଳିତ ମାସ ୯ତାରିଖ ଦିନ ସଂଧ୍ୟା ୭ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉସ୍ଛବ ପାଳନ କରାଯିବ। ଏଥିପାଇଁ ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନୀ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଓଡିଆ ଭାଷାରେ ବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଚତୁର୍ଥ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ‘କ’ ବିଭାଗ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀକୁ ‘ଖ’ ବିଭାଗ ରେ ବିଭକ୍ତ କରାଯାଇଛି। ‘କ’ ବିଭାଗ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ‘ ଦରଦୀ ବନ୍ଧୁ ଗୋପବନ୍ଧୁ ‘ ଓ ‘ଖ’ ବିଭାଗ ପ୍ରବନ୍ଧ ‘ଗୋପବନ୍ଧୁ ଓ ଆଜିର ଜାତୀୟ ଜୀବନ ‘ ସଂପର୍କରେ ପ୍ରତିଯୋଗିତା କରାଯାଇଥିଲା। ବକୃତା ପ୍ରତିଯୋଗିତା ରେ ‘କ’ ବିଭାଗ ପାଇଁ ‘ସତ୍ୟବାଦୀ ବନବିଦ୍ୟାଳୟ ଓ ଗୋପବନ୍ଧୁ ‘ ଓ ‘ଖ’ ବିଭାଗ ପାଇଁ ‘କବିପ୍ରାଣ ଗୋପବନ୍ଧୁ ‘ ବିଷୟ ଉପରେ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟରୁ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବେ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା , ମ୍ୟୁନିସିପାଲ ମହାବିଦ୍ୟାଳୟ ର ଅଧ୍ୟାପିକା ଡଃ ଦୀପ୍ତି ମୟୀ ବେହେରା, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ଡଃ ସୁଚିତ୍ରା ମହାନ୍ତି ଓ ଭାଷାବିତ୍ ଅଲେଖ ଚନ୍ଦ୍ର ନାୟକ ଏହି ଦାୟିତ୍ବ ତୁଲାଇଥିଲେ। ପ୍ରତିଯୋଗିତା ଗୁଡିକରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୯ ତାରିଖ ସଂଧ୍ୟା ୭ ଘଟିକା ସମୟରେ ପାଠାଗାର ପରସରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯିବ ।
ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଉପସଭାପତି ବାଉରୀବଂଧୁ ସାହୁ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ବିଜୟ ପାତ୍ର, ଟୁକୁଲା ପାଢୀ, ଜ୍ଞାନେନ୍ଦ୍ର ଦାଶ,ଶରତ ରାଉତ, ଅଶୋକ ବଳ,ଅଟମ ରଥ,ମନୋଜ ପଣ୍ଡା, ସୁମନ ଦତ୍ତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସାଧାରଣ ସଂପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

प्रदेश