ଆମ ପୁଲିସ ବୈଠକ ……
ରାଉରକେଲା/ ଆମ ପୁଲିସର ଏକ ବୈଠକ ସେକ୍ଟର ୧୯ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସବଇନ୍ସପେକ୍ଟର ସୁନିତା ଓରାମ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପୁଲିସ ଅଧିକାରୀ ତଥା ହମିରପୁର ଉନ୍ନୟନ ପରିଷଦ ର ସଭାପତି ସୁମନ ଦତ୍ତ, ସାମ୍ବାଦିକ ତଥା କବି କୁଂଜବିହାରୀ ରାଉତ, ସାମ୍ବାଦିକ ସନ୍ତୋଷ ସ୍ବାଇଁ, ସୁବାସ ଗୁପ୍ତା, ଶ୍ରମିକ ନେତା ନିହାର ଦାସ,ଗଣେଶ ଜୟସିଂହ, ଚନ୍ଦ୍ରକାନ୍ତ ସାହୁ,ସଂଜୀବ ପଣ୍ଡା, ଉଲ୍ଲାସ ଚନ୍ଦ୍ର ଲେଙ୍କା ଓ ଆମପୁଲିସ ତରଫରୁ ଏଏସଆଇ ପ୍ରଦୀପ କୁମାର ସାହୁ, ଏଏସଆଇ ବିରେନ୍ଦ୍ର ମାର୍ଡି ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚନାରେ ସରକାରୀ ଗାଇଡ୍ ଲାଇନକୁ ପାଳନ କରି ପୂଜା ପାଳନ ସହ ସମସ୍ତଙ୍କ ମଧ୍ୟରେ ସୁ ସମନ୍ବୟ ରକ୍ଷା କରିବା, ଥାନା ଅନ୍ତର୍ଗତ ବିଭିନ୍ନ ଅଂଚଳରେ ପେଟ୍ରୋଲିଂ କଡାକଡି କରିବା, ବାହାର ଅଂଚଳର ଅସାମାଜିକ ବ୍ୟକ୍ତି ମାନେ ହମିରପୁର ତଥା ବିଭିନ୍ନ ସ୍ଥାନରେ ମିଳିତ ହେଉଥିବାରୁ ସେମାନଙ୍କ ଗତିବିଧି ଉପରେ ନଜର ରଖିବା, ଜନ ବସତି ଓ ମାର୍କେଟ ଅଂଚଳରେ ମାଦକ ଦ୍ରବ୍ୟ ସେବନକାରୀଙ୍କୁ ରୋକିବା ଓ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବେପାରୁଆ ଗାଡି ଚାଳନା ଓ ବିକୃତ ହର୍ଣ୍ଣ ଉପରେ ଅଙ୍କୁଷ ଲଗଇବା ଉପରେ ଆଲୋଚନା କରାଯାଇଥିଲା। ସେହିପରି କୋଭିଡ ମହାମାରୀ ସମୟରେ ଏହି ଥାନା ଅଂଚଳରେ ଆମ ପୁଲିସର ସମସ୍ତ ସଭ୍ୟ ସଭ୍ୟା ମାନେ ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ କରିଥିବାରୁ ଥାନା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ସଭାପତିତ୍ବ କରୁଥିବା ଏସଆଇ ଶ୍ରୀ ମତୀ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ।

प्रदेश