ଯୁବ ହଷ୍ଟେଲ ରାଉରକେଲା ଶାଖାର ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ରାଉରକେଲା/ ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ ଆଇଜିଏଚର ରକ୍ତ ଦାନ ୟୁନିଟ ଆନୁକୁଲ୍ୟରେ ତଥା ଆଇ ଏମ୍ ଏ ରାଉରକେଲା ଶାଖା ଓ “ରକ୍ତଧାରା” ର ସକ୍ରୀୟ ସହଯୋଗ ରେ” ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ “ଆଇଜିଏଚ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। : ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଉପସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଇଜିଏଚ ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶତ ପ୍ରତିଶତ ସ୍ବେଚ୍ଛାକୃତ ରକ୍ତଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ତଥା ଆଇ ଏମ୍ ଏ ରାଉରକେଲା ଶାଖା ର ସଭାପତି ଡାକ୍ତର ପି. କେ. ମହାପାତ୍ର ରକ୍ତଦାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳା ମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ।ଆଇଜିଏଚ ର ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତିଭା କୁମାରୀ ବେହେରା ନିଜ ଅଭିଭାଷଣରେ ଏହି ବର୍ଷ ର ବାର୍ତ୍ତା “ରକ୍ତଦାନ କରି ସାରା ବିଶ୍ବର ହୃଦ୍ ସ୍ପନ୍ଦନ ଚାଲୁ ରଖିବା” ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଆଇଜିଏଚ ରକ୍ତ ଭଣ୍ଡାର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପଙ୍କଜ କୁମାର ଦାସ ରକ୍ତଦାନ ଦିବସ ଅବସରରେ ବିଭିନ୍ନ ତଥ୍ୟଉପରେ ଆଲୋଚନା କରିଥିଲେ। ଏହି ରକ୍ତଦାନ ଶିବିର ରେ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏକ ମାତ୍ର ମହିଳା ରକ୍ତଦାତା ମିନତୀ ମହାନ୍ତି ପ୍ଲେଟଲେଟ୍ସ ଦାନ କରିଥିବା ବେଳେ ନର୍ସିଂ ଟ୍ରେନିଂ ସେଣ୍ଟର୍ ର ୫ଜଣ ଛାତ୍ରୀ ରକ୍ତଦାନ କରିଥିଲେ । ଏହି ଅବସରରେ ଆରଏସପି ର ଦୁଇଟି ବିଭାଗରୁ ଗତ ବର୍ଷ ଅଧିକ ରକ୍ତଦାତା ରକ୍ତଦାନ କରିଥିବାରୁ ଏସ ଏମ୍ ଏସ-୨ ର ମୁଖ୍ୟ ମହାପ୍ରବନ୍ଧକ ଏସ. ମାନଝି ଏବଂ କୋକ ଓଭେନ ର ମୁଖ୍ୟ ମହାପ୍ରବନ୍ଧକ ଆଇ. ରାଜନ୍ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସର୍ବାଧିକ ଥର ରକ୍ତଦାନ କରିଥିବା ସିପିପି-୧ ର ବିପ୍ଲବ କୁମାର ବାରିକ ଏବଂ ଏସ ଏମ୍ ଏସ-୨ ର ସୁଶାନ୍ତ କୁମାର ମହାନ୍ତି ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଯୁବ ହଷ୍ଟେଲସ ର ଉପସଭାପତି ପ୍ରତାପ କୁମାର ସ୍ବାଇଁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଯୁବ ହଷ୍ଟେଲସ ରାଉରକେଲା ଶାଖା ର ସମ୍ପାଦକ ତଥା ରକ୍ତଧାରା ର ସାଧାରଣ ସମ୍ପାଦକ ନିରଞ୍ଜନ ସାମଲ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାନ ଶିବିର କୁ ଡାକ୍ତର ପଙ୍କଜ କୁମାର ଦାସଙ୍କ ନେତୃତ୍ୱରେ ଶକୁନ୍ତଳା ପଣ୍ଡା, ଦିଲ୍ଲିପ କୁମାର ସେଠୀ, ସୁରେନ୍ଦ୍ର କୁମାର ସ୍ବାଇଁ, ଅଭିଜିତ ପାଲ, ଅର୍ଥର ଇକବଲ, ଅଭିରାମ ମଲ୍ଲିକ ଓ ଯୁଗଳ କିଶୋର ଡୁଙ୍ଗଡୁଙ୍ଗ ପ୍ରମୁଖ ପରିଚାଳନା କରିଥିଲେ ଏବଂ ଯୁବ ହଷ୍ଟେଲସ ଓ ରକ୍ତଧାରା ର କର୍ମକର୍ତ୍ତା ଶ୍ରୀ ବୁଦ୍ଧ ଦେବ ବାସୁ ଙ୍କ ନେତୃତ୍ବରେ ପି. ସି. ମିଶ୍ର, ସରୋଜ ପଟ୍ଟନାୟକ, ସୁଚିତ୍ରା ମଲ୍ଲିକ,ଲୁସି ଦାସ, ସୁଲୋଚନା ମିଶ୍ର, ରଞ୍ଜିତ ପୁରୋହିତ, ସମରକାନ୍ତ ମଲ୍ଲିକ,କାପ୍ରା ହାଁସଦା ପ୍ରମୁଖ ସହଯୋଗ କରିଥିଲେ ।

प्रदेश